ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଅମରିନ୍ଦର !

0

ନୂଆଦିଲ୍ଲୀ(ଆମ ଟିଭି): ଜୁଲାଇ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି। ଶାସକ ଏନଡିଏ ଏବଂ ବିରୋଧୀ ପକ୍ଷରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିପାରେ ଏନଡିଏ। କ୍ୟାପଟେନ୍ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସ ପାର୍ଟି ଛାଡି ଥିଲେ। ସେ ନିଜର ପାର୍ଟି ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିଲେ। ତେବେ ତାଙ୍କ ଦଳର ବିଜେପିରେ ବିଲୟ ଘଟିପାରେ ବୋଲି କୁହାଯାଉଛି। କ୍ୟାପଟେନ୍ ଅମରିନ୍ଦର ସିଂହ ବିଜେପି ଏବଂ ସୁଖଦେବ ସିଂହ ଢିଣ୍ଡସାଙ୍କ ନେତୃତ୍ଵାଧୀନ ଶିରୋମଣି ଅକାଳି ଦଳ(ସଂଯୁକ୍ତ) ସହିତ  ମେଣ୍ଟ କରି ୨୦୨୨ର ପଞ୍ଜାବ ବିଧାନସଭା ନିର୍ବାଚନ ଲଢିଥିଲେ। ହେଲେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଆମ୍ ଆଦମୀ ପାର୍ଟି ପ୍ରଚଣ୍ଡ ବହୁମତ ସହ ସରକାର ଗଢିଥିଲା।

ଉପ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏବେ ଅନେକ ନାମ ଉପରେ ଚର୍ଚ୍ଚା ଚାଲିଛି। ଏଥିରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଏବଂ ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭିଙ୍କ ନାମ ବି ସାମିଲ୍। ଶୀଘ୍ର ଜଣଙ୍କ ନାମ ଉପରେ ବିଜେପିର ଶୀର୍ଷ ନେତୃତ୍ଵ ଏବଂ ସଂସଦୀୟ ବୋର୍ଡ ମୋହର ମାରି ମାରନ୍ତି। ବିଜେପି ସୂତ୍ର ଅନୁଯାୟୀ, ରାଷ୍ଟ୍ରପତି ପ୍ରାର୍ଥୀ ପରି ଏ ନାମ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିପାରେ। ଅମରିନ୍ଦର ସିଂହ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ସେ ନିଜ ମେରୁଦଣ୍ଡର ସର୍ଜରୀ ପରେ ସୁସ୍ଥ ଲାଭ କରୁଛନ୍ତି। ଉପ ରାଷ୍ଟ୍ରପତି ପଦ ପାଇଁ ଅଗଷ୍ଟ ୬ରେ ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କା କାର୍ଯ୍ୟକାଳ ଅଗଷ୍ଟ ୧୦ରେ ସମାପ୍ତ ହେବାକୁ ଯାଉଛି।

Leave A Reply

Your email address will not be published.