ଋଷର ନୌସେନା ଘାଟି ଉପରେ ମିସାଇଲ୍ ମାଡ଼ କଲା ୟୁକ୍ରେନ୍
ନୂଆଦିଲ୍ଲୀ (ଆମ ଟିଭି): ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ଭିତରେ ଏକ ବଡ଼ ଖବର ଆସି ପହଞ୍ଚୁଛି । ଶନିବାର ଋଷ ନୌସେନା ଘାଟିକୁ ଟାର୍ଗେଟ୍ କରିଛି କୀଭ୍ । କ୍ରିମିଆ ଅନ୍ତର୍ଗତ କୃଷ୍ଣ ସାଗରରେ ଥିବା ରୁଷର ନୌସେନା ବେଶ ଉପରେ ପ୍ରଚଣ୍ଡ ପ୍ରହାର କରିଛି ୟୁକ୍ରେନ । ଏଥିରେ ୨ଜଣ ସେନା ଜେନେରାଲଙ୍କ ସମେତ ମୋଟ୍ ୯ଜଣ ଅଧିକାରୀ ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ ୧୬ଜଣ ଗୁରୁତର ଆହତ ହୋଇଛନ୍ତି ।
ୟୁକ୍ରେନ ଜୋରଦାର୍ ହମ୍ଲାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ମିସାଇଲ ଋଷର ନୌସେନା ମୁଖ୍ୟାଳୟ ଉପରେ ପଡୁଥିବା ଦେଖିବାକୁ ମିଳିଛି । ଏହା ପରେ ବେଶ କ୍ୟାମ୍ପରେ ବ୍ଲାଷ୍ଟ ହୋଇ ନିଆଁ ଲାଗି ଯାଇଥିଲା । ବିବିସି ରିପୋର୍ଟ ଅନୁସାରେ ଷ୍ଟର୍ମ ଶ୍ୟାଡୋ କ୍ରୁଜ ମିସାଇଲରେ ଏହି ଆକ୍ରମଣରେ ବ୍ୟବହାର କରାଯାଇଛି । ବ୍ରିଟେନ୍ ଓ ଫ୍ରାନ୍ସ ପକ୍ଷରୁ ଏହି ମିସାଇଲ ୟୁକ୍ରେନକୁ ମିଳିଛି । ଏହି ଆକ୍ରମଣରେ ରୁଷର ଦୁଇଜଣ ଜେନେରାଲ ପ୍ରାଣ ହରାଇଥିବା ୟୁକ୍ରେନ ପ୍ରତିରକ୍ଷା ଗୁଇନ୍ଦା ମୁଖ୍ୟ କିରାଲି ବୁଡ଼ାନୋଭ ସୂଚନା ଦେଇଛନ୍ତି ।