୧୮ ଲକ୍ଷ ଟଙ୍କାରେ ଲାଗିଗଲେ ଉଇ

0

ଝିଅ ବାହାଘର ପାଇଁ ସୁନା ଗହଣା ସାଙ୍ଗକୁ ୧୮ ଲକ୍ଷ ଟଙ୍କା କ୍ୟାସ୍‌ ବ୍ୟାଙ୍କ ଲକର୍‌ରେ ରଖିଥିଲେ ମହିଳା। ବ୍ୟାଙ୍କରେ ସୁନାଗହଣା ସୁରକ୍ଷିତ ଥିବ ଭାବି ସେ ନିଶ୍ଚିତ ବି ଥିଲେ। ମାତ୍ର ପ୍ରାୟ ବର୍ଷକ ପରେ ଯେତେବେଳେ ମହିଳାଜଣକ ଲକର ଖୋଲି ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ମହିଳାଙ୍କ ୧୮ ଲକ୍ଷ ଟଙ୍କାକୁ ଉଇ ଖାଇଦେଇଥିଲେ। ଫଳରେ ଏବେ ମହିଳାଜଣକ ମୁଣ୍ଡରେ ହାତ ଦେଇଛନ୍ତି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ମୋରଦାବାଦରେ ଘଟିଛି।

ଅଳକା ପାଠକ ନାମ୍ନୀ ମହିଳା ଏକ ଛୋଟ ବ୍ୟବସାୟ ତଥା ଟ୍ୟୁସନରୁ ଅର୍ଥ ସଞ୍ଜୟ କରି ନିଜ ଝିଅ ବିବାହ ପାଇଁ ସୁନାଗହଣା କିଣିଥିଲେ । ଉକ୍ତ ସୁନାଗହଣା ସାଙ୍ଗକୁ କ୍ୟାସ୍‌ ୧୮ ଲକ୍ଷ ଟଙ୍କା ଗତବର୍ଷ ଅକ୍ଟୋବରରେ ସେ ବ୍ୟାଙ୍କ ଲକ୍‌ରରେ ରଖିଥିଲେ। ଇତି ମଧ୍ୟରେ ବ୍ୟାଙ୍କ ଲକର୍‌ ଚାର୍ଜ ପଇଠ କରିବାକୁ ଅଳକାଙ୍କୁ ସୂଚନା ଦିଆଯାଇଥିଲା। ଏହି ସମୟରେ ଅଳକା ନିଜ ଲକର୍‌ ଖୋଲିଥିଲେ।

ମାତ୍ର ଲକର ଖୋଲି ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରି ପାରିଲେନି। କାରଣ ଲକର୍‌ରେ ଥିବା ସମସ୍ତ ୧୮ଲକ୍ଷ ଟଙ୍କାକୁ ଉଇ ଖାଇ ନଷ୍ଟ କରି ସାରିଥିଲେ ।

ଏନେଇ ଅଳକା ବ୍ୟାଙ୍କ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରି ଭାବେ କ୍ୟାସ୍‌ ରଖିବା ଉଚିତ ନ ଥିଲା ବୋଲି ବ୍ୟାଙ୍କ ପକ୍ଷରୁ ଅଳକାଙ୍କୁ କୁହାଯାଇଥିବା ବେଳେ ସେ ଏନେଇ ଅଜ୍ଞ ଥିବା କହିଛନ୍ତି।

Leave A Reply

Your email address will not be published.