କେନିଆରୁ ଚିତା ଆସିବେ ଭାରତ

0

ନୂଆଦିଲ୍ଲୀ : ପ୍ରଥମ ବର୍ଷରେ ନାମିବିୟା ଏବଂ ଦକ୍ଷିଣ ଆଫ୍ରିକାରୁ ଆଣିଥିବା ମୋଟ ୨୦ଟି ଚିତା ମଧ୍ୟରୁ ୬ଟି ଚିତାଙ୍କ ମୃତ୍ୟୁ ପରେ ଚିତା ପ୍ରକଳ୍ପରେ କିଛି ବଡ ପରିବର୍ତ୍ତନ ପ୍ରସ୍ତୁତ ହେଉଛି, ଯେଉଁଥିରେ ଏବେ ଥିବା ଚାତାଙ୍କୁ ପାଣିପାଗ ଅନୁକୂଳା ଦେଖିବା ପରେ ଖୋଲା ଜଙ୍ଗଲରେ ଛାଡି ଦିଆଯିବ ଅଥବା ଏନକ୍ଲୋଜରରେ ରଖାଯିବ। ଏହା ସହିତ, ଚିତାବାଘର ଯେଉଁ ନୂଆ ସଦସ୍ୟ ଆସିବେ ସେମାନଙ୍କୁ ବି ନାମିବିୟା କିମ୍ବା ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନ୍ୟ କୌଣସି ଦେଶରୁ ମଧ୍ୟ ଅଣାଯାଇପାରିବ।

ଏବେ ଯାହା ସୂଚନା ମିଳିଛି ସେଥିରୁ ଅନୁମାନ କରାଯାଉଛି ଯେ ଏଥର କେନିଆରୁ ଚିତା ଆସିବେ, ଯେଉଁଠାରେ ବର୍ତ୍ତମାନ ଚିତାବାଘ ସଂଖ୍ୟା ପ୍ରାୟ ୧୨ଶହ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଖୋଲା ଜଙ୍ଗଲରେ ରୁହନ୍ତି। ବନ ଓ ପରିବେଶ ମନ୍ତ୍ରଣାଳୟ ସହ ଜଡିତ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଚିତା ପ୍ରକଳ୍ପ ଅଧୀନରେ ଆସନ୍ତା ଦଶ ବର୍ଷ ପାଇଁ ପ୍ରତିବର୍ଷ ୧୦ରୁ ୧୨ ଚିତା ଦେଶକୁ ଆଣିବାର ଯୋଜନା ରହିଛି, କିନ୍ତୁ ଏହି ସମୟ ମଧ୍ୟରେ ଏହାକୁ ଧ୍ୟାନରେ ରଖାଯାଉଛି ଯେ ଏଥର ଯେଉଁ ଚିତା ଆସିବେ ସେମାନେ ଯେପରି ଭାରତୀୟ ଜଳବାୟୁ ସହିତ ଖାପ ଖାଇବେ।

Leave A Reply

Your email address will not be published.