ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ
ଷ୍ଟକହୋମ୍ – ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ମଙ୍ଗଳବାର ( ୩ ଅକ୍ଟୋବର)ରେ ୨୦୨୩ ମସିହା ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ରହିଛି ୩ଜଣଙ୍କ ନାଁ। ଏହି ୩ ଜଣ ବୈଜ୍ଞାନିକ ହେଲେ ସ୍ୱିଡେନର ଆନେ ହୁଇଲିୟର ,ଜର୍ମାନୀର ହେରେଙ୍କ କ୍ରାଉଜ ଓ ଆମେରିକାର ପିୟର ଅଗସ୍ତିନି। ସ୍ୱେଡେନର ଷ୍ଟକହୋମ ସ୍ଥିତ ରୟାଲ ସ୍ୱେଡିସ୍ ଏକାଡେମୀ ଅଫ୍ ସାଇନ୍ସ ଏହି ପୁରସ୍କୃତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ସୂଚନା ଅନୁସାରେ ଉକ୍ତ କାର୍ଯ୍ୟକ୍ରମଟି ନୋବେଲ ପୁରସ୍କାରର ଅଫିସିଆଲି ଡିଜିଟାଲ ଚ୍ୟାଲେନ୍ସରରେ ପ୍ରସାରିତ ହୋଇଛି।