ଦଶହରାରେ ବହୁ ପ୍ରତିକ୍ଷୀତ ‘ରାମ୍’
ଭୁବନେଶ୍ୱର :ରତ୍ନା ବ୍ୟାନର ର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟ ପ୍ରଯୋଜିତ ବହୁ ଚର୍ଚ୍ଚିତ ରାମ୍ ର ଗୀତ ହାଇଦ୍ରାବାଦ ର ଗୋଲକୁଣ୍ଡା ଓ ଚାରମୀନାର ଠାରେ ସୁଟିଂ ସରିଯାଇଛି l ଗୀତ ଗୁଡିକୁ ଅସଦ ନିଜାମ ସଙ୍ଗୀତ ରେ ଯେପରି ସଜାଇଛନ୍ତି ସ୍ବର୍ଣ ବାଵୁଙ୍କ ନୃତ୍ୟ ନିର୍ଦ୍ଦେଶନା ସେପରି ଜବରଦସ୍ତ ହୋଇଛି l
କିଛି ଦିନର ନୀରବତା ପରେ ଓଲିଉଡ୍ର ଆକ୍ସନ୍ ଷ୍ଟାର ଅରିନ୍ଦମ୍ ରୟ ଆଗାମୀ ଦଶହରାରେ ‘ରାମ୍’ ଅବତାରରେ ଆସୁଛନ୍ତି। ‘ବାବୁ ଭାଇଜାନ୍’ ପରେ ନୂଆଲୁକ୍, ନୂଆ କାହାଣୀ ସହ ଦଶହରାକୁ ମାଙ୍କ ପାର୍ବଣ ସହ ଏଇ ଚଳଚ୍ଚିତ୍ର ଉତ୍ସବମୁଖର କରିବ ବୋଲି ସବୁରି ମୁହଁରେ ଚର୍ଚ୍ଚା ହେଉଛି । ଏକା ସାଙ୍ଗରେ ଦୁଇଟି ୟୁନିଟ୍ରେ ସୁଟିଂ ଚାଲିଥିବା ବେଳେ ଛ’ଟି କ୍ୟାମେରାରେ ସୁଟିଂ ହେଉଥିବା କଥା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ପାଇଁ ଏକ ନୂଆ କଥା ଥିଲା l କିଛିଦିନ ତଳେ ଚଳଚ୍ଚିତ୍ରର ଶୀର୍ଷକକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଇଥିଲା। ବହୁଦିନର ବ୍ୟବଧାନ ପରେ ଓଡିଆ ଚଳଚ୍ଚିତ୍ରକୁ ରାହୁଲ ଦେବ୍ ଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଅନେକଙ୍କୁ ଖୁସି ଆଣିଦେଇଥିଲା l
ରାମ୍ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଭାରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ଅସଦ ନିଜାମ ଓ ଲିଙ୍କନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହାର ଗୀତଗୁଡ଼ିକ ଦଶହରା ବଜାରକୁ ସରଗରମ କରିବ ବୋଲି ଶୁଣାଯାଉଛି। ‘ରାମ୍’ ଏକ ବିଗ୍ ବଜେଟ୍ର ସିନେମା ବୋଲି ମିଡିଆ ପ୍ଲାନର ତଥା କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଥର ଦର୍ଶକ ଦେଖିବେ ସବୁଠୁ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର। ଆଉ ଅଳ୍ପ ଦିନର ଅପେକ୍ଷା ପରେ ଅରିନ୍ଦମ ରୟ, ରାହୁଲ ଦେବ,ସୁପ୍ରିୟା ଙ୍କ ସହିତ ଅନୁଭବ ମହାନ୍ତି ଙ୍କୁ ଏକାବେଳେ ବଡ଼ ପରଦାରେ ଦର୍ଶକ ଦେଖି ଦଶହରା ରେ ନିଶ୍ଚୟ ଆନନ୍ଦିତ ହେବେ ଏଥିରେ ସନ୍ଦେହ ନାହିଁ l