ନୂଆଦିଲ୍ଲୀ (ଆମ ଟିଭି): ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ । ଏନଆଇଏକୁ ମିଳିଲା ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକର ଇମେଲ। ଖାଲି ସେତିକି ନୁହେଁ ଅହମଦାବାଦ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମକୁ ମଧ୍ୟ ଉଡ଼ାଇଦେବାକୁ ଧମକ ମିଳିଛି। ଏମିତିକି ଇମେଲ ପଠାଇଥିବା ବ୍ୟକ୍ତି ୫୦୦ କୋଟି ଟଙ୍କା ଏବଂ ଜେଳରେ ବନ୍ଦୀ ଥିବା ଡନ୍ ଲରେନ୍ସ ବିଶ୍ନୋଇକୁ ମଧ୍ୟ ଛାଡ଼ିବାକୁ ମାଗିଛି। ତେବେ ଏନଆଇଏ ଏହି ସୂଚନା ପିଏମ ସୁରକ୍ଷା ଏଜେନ୍ସୀ ଏବଂ ଅନ୍ୟ ରାଜ୍ୟର ପୋଲିସ୍କୁ ଶେୟାର କରିଛି।
ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ସୁରକ୍ଷା ବଢ଼ାଯାଇଛି। ତେବେ ଇମେଲ୍ କେଉଁ ଆଇପିରୁ ଆସିଥିଲା ତାହାର ଯାଞ୍ଚ ଆରମ୍ଭ ହୋଇଛି। ଏହା ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ଜଡ଼ିତ ସବୁ ଏଜେନ୍ସୀଙ୍କୁ ସତର୍କ କରାଯାଇଛି । ଏହା ସହ ଗୁଜରାଟ ପୋଲିସ୍, ମହାରାଷ୍ଟ୍ର ପୋଲିସ୍କୁ ଆଲର୍ଟ କରାଯାଇଛି । ସୂଚନାଥାଉକି, ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ବିଶ୍ବ କପ୍ର ପାଞ୍ଚଟି ମ୍ୟାଚ୍ ମଧ୍ୟ ଖେଳାଯିବ।