ଇସ୍ରାଇଲ୍-ପାଲେଷ୍ଟାଇନ୍ ଯୁଦ୍ଧ: ଇସ୍ରାଇଲକୁ ୫ ରାଷ୍ଟ୍ରର ସମର୍ଥନ

0

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଇଲ-ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ହାମାସ ଆତଙ୍କବାଦୀ ଇସ୍ରାଇଲ୍ ଉପରେ ଆକ୍ରମଣ କରିବା ପରେ ଇସ୍ରାଇଲ ମଧ୍ୟ ଯୁଦ୍ଧ ଘୋଷଣା କରିଛି । ଏହାରି ଭିତରେ ୫ ରାଷ୍ଟ୍ର ଆକ୍ରମଣକୁ ନିନ୍ଦା କରିବା ସହିତ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଆମେରିକା, ଫ୍ରାନ୍ସ, ବ୍ରିଟେନ୍, ଜର୍ମାନୀ, ଇଟାଲି ମିଳିତ ଭାବେ ଇସ୍ରାଏଲକୁ ସମର୍ଥନ ଘୋଷଣା କରିଛନ୍ତି । ଇସ୍ରାଏଲର ଉଭୟ ସାଧାରଣ ନାଗରିକ ଓ ସୈନିକଙ୍କ ସମେତ ୧୫୦ ଜଣଙ୍କୁ ବନ୍ଧକ ରଖାଯାଇଥିବା ଅନୁମାନ କରାଯାଉଛି । ଏହାକୁ ନିନ୍ଦା କରିଛନ୍ତି ୫ ଦେଶ ।

ଏଥିସହ ଅନ୍ୟ ସମସ୍ତ ରାଷ୍ଟ୍ରକୁ ମଧ୍ୟ ଆକ୍ରମଣକୁ ନିନ୍ଦା କରିବାକୁ ଆହ୍ୱାନ କରାଯାଇଛି । ହମସା ଆତଙ୍କବାଦୀର ରକେଟ ମାଡରେ ୯୦୦ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିବା ବେଳେ ୨୬୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଇସ୍ରାଏଲର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.