ପଠାନକୋଟ ଆକ୍ରମଣର ମାଷ୍ଟ୍ରମାଇଣ୍ଡ ଆତଙ୍କବାଦୀକୁ ହତ୍ୟା
ନୂଆଦିଲ୍ଲୀ: ପଠାଣକୋଟ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ଭାରତର ବହୁ ଚର୍ଚ୍ଚିତ ଆତଙ୍କବାଦୀ ସହିଦ ଲତିଫଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି । ୨୦୧୬ ରେ ପଞ୍ଜାବର ପଠାନକୋଟ ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । । ଏହି ଆକ୍ରମଣରେ ଭାରତୀୟ ସେନାର ୭ ଜଣ ସୈନିକ ସହିଦ ହୋଇଥିଲେ । ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ ସହିଦ ଲତିଫ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏକ ମସଜିଦରେ ଅଜଣା ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିଥିଲେ । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ପାକିସ୍ତାନର ପଞ୍ଜାବ ପ୍ରଦେଶର ସିଆଲକୋଟ ସହରରେ ତାଙ୍କୁ ହତ୍ୟା କରାଯାଇଥିଲା । ପାଥାନକୋଟ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନରେ ଯୋଜନା କରାଯାଇଥିଲା ଏବଂ କାର୍ଯ୍ୟକାରୀ କରାଯାଇଥିଲା ।