ଆଜି ମନୀଷଙ୍କ ମାମଲାରେ ସୁପ୍ରମିକୋର୍ଟରେ ହେବ ଶୁଣାଣି

0

ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତିରେ ମାମଲାରେ ଗତ କିଛି ମାସ ଧରି ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମାମଲାର ଆଜି ଶୁଣାଣି । ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ସମ୍ପର୍କରେ ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ତାଙ୍କ ଜାମିନ ପାଇଁ ସୁପ୍ରିମକୋର୍ଟରେ ଓକିଲାତି କରିବେ । ଗତ ଶୁଣାଣି ସମୟରେ ଜଷ୍ଟିସ୍‌ ଖାନ୍ନାଙ୍କ ବେଞ୍ଚ ଏହା ଦ୍ୱାରା ଉପସ୍ଥାପିତ ତଥ୍ୟ ଆଧାରରେ ଇଡିଙ୍କୁ ପଚାରିଥିଲା, ଯେଉଁଠାରେ ମନିଷ ସିସୋଦିଆଙ୍କ ଅର୍ଥ ହେରଫେର ଅଭିଯୋଗ ହୋଇଛି ବୋଲି ପ୍ରମାଣ କେଉଁଠି?

ମନୀଷ ସିସୋଦିଆଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ମଧ୍ୟ ଅକ୍ଟୋବର ୫ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ସେହି ସମୟ ମଧ୍ୟରେ ତାଙ୍କ ବିରୋଧରେ ପ୍ରମାଣ କେଉଁଠାରେ ଅଛି ସେନେଇ କୋର୍ଟ ଇଡିଙ୍କୁ ପ୍ରଶ୍ନ ପଚାରିଥିଲେ । ସେ ଗତ କିଛି ମାସ ଧରି ଜେଲରେ ଅଛନ୍ତି ।

Leave A Reply

Your email address will not be published.