ମୋଦୀଙ୍କୁ ଭେଟିବେ ପୁଟିନ !
ଖୁବଶୀଘ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ବୈଠକ ବସିବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଉଚ୍ଚସ୍ତରରେ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି।
ରୁଷର ରାଜଧାନୀ ମସ୍କୋରେ ଅବସ୍ଥାପତି ଭାରତୀୟ ଦୂତାବାସର ପ୍ରବଣୀ କପୁର କହିଛନ୍ତି, “ଦୁଇ ନେତାଙ୍କ ବୈଠକ ଆୟୋଜନ କରିବା ପାଇଁ ଉଚ୍ଚସ୍ତରରେ ଆଲୋଚନା ଚାଲିଛି।” ତେବେ ଭାରତର ଏହି କୂଟନୀତିଜ୍ଞ ଜଣଙ୍କ ମୋଦି ଓ ପୁଟିନଙ୍କ ବୈଠକକୁ ନେଇ ଆଉ କୌଣସି ତଥ୍ୟ ଦେଇ ନାହାନ୍ତି।