ଇସ୍ରାଏଲରେ ଆମେରିକା ବୈଦେଶିକ ସଚିବ

0

ଜେରୁଜେଲମ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ଇସ୍ରାଏଲର ତେଲ ଅଭିବରେ ପହଞ୍ଚିଛନ୍ତି। ବ୍ଲିଙ୍କେନ୍‌ ଇସ୍ରାଏଲ ସହିତ ଆମେରିକାର ଏକତା ପ୍ରଦର୍ଶନ କରିବା ପାଇଁ ବ୍ଲିଙ୍କେନ ମଧ୍ୟ ପୂର୍ବ ପରିଦର୍ଶନ କରୁଛନ୍ତି।

ବ୍ଲିଙ୍କେନ ଏହା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି। ନେତାନ୍ୟାହୁଙ୍କୁ ଭେଟିବା ପରେ ବ୍ଲିଙ୍କେନ କହିଛନ୍ତି, ବର୍ତ୍ତମାନ ଆମେ ଏକଜୁଟ ହୋଇ ଲଢିବୁ ଏବଂ ଆମେ ଏଠାରୁ କେଉଁଠିକୁ ଯାଉନାହୁଁ।

ଆମେରିକାର ବୈଦେଶିକ ସଚିବଙ୍କ ଏହି ଗସ୍ତ ପାଲେଷ୍ଟାଇନ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଯୁଦ୍ଧକୁ ଶେଷ କରିବାକୁ ଏକ ପ୍ରୟାସ ହେବ। ଆମେରିକାର ଶୀର୍ଷ କୂଟନୀତିଜ୍ଞମାନେ ମଧ୍ୟ ଦୁଇ ଦେଶର ନେତାଙ୍କ ବୈଠକରେ ଅଂଶଗ୍ରହଣ କରିବେ ଏବଂ ଯୁଦ୍ଧର ସମାଧାନ ଉପରେ ଆଲୋଚନା କରାଯିବ।

Leave A Reply

Your email address will not be published.