କଟକ(ଆମ ଟିଭି): ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାକୁ ନେଇ ଏକ ବଡ଼ ଖବର ଆସିଛି । ଚଳିତବର୍ଷ ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ କଟକ ବାଲିଯାତ୍ରା । ଚଳିତ ବର୍ଷ ୮ ଦିନ ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଚଳିତବର୍ଷ ଓରମାସ୍ର ଷ୍ଟଲ୍ ସଂଖ୍ୟା ୪ଶହକୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ପର୍ୟ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ୟ୍ୟଟନ ପଞ୍ଜୀକାରେ ସ୍ଥାନୀତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ବାଲିଯାତ୍ରାର କଳେବର ବୃଦ୍ଧି ସହ ବିଶାଳ ଆୟୋଜନକୁ ଦୃଷ୍ଟିରେ ରଖି ସରକାର ଆରô୍ଥକ ଅନୁଦାନ ବୃଦ୍ଧି କରିବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି । ବାଲିଯାତ୍ରାକୁ ସୁରକ୍ଷିତ ତଥା ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ କରିବା, ଅତିରିକ୍ତ ଫୋର୍ସ ନିୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି ।