ଡିଜନ- ହଟଷ୍ଟାର ଭାଙ୍ଗିଲା ରେକର୍ଡ

0

ନୂଆଦିଲ୍ଲୀ,: କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାର ହୋଇଛି ଅନ୍ତ। ଶନିବାର ଅର୍ଥାତ୍‌ ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ର କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରେ ପ୍ରାୟ ୧.୫୦ ଲକ୍ଷ ପ୍ରଶଂସକଙ୍କ ଛାତି ପ୍ରତି ସେକେଣ୍ଡରେ ଧକଧକ ହେବ। ତେବେ ଏସବୁ ପରେ ଆପଣ ଲାଇଭ ଟେଲିକାଷ୍ଟ ଦେଖୁଥିବା ଡିଜନି ହଟଷ୍ଟାର ମଧ୍ୟ ଉପକୃତ ହେବ। ଏହି ମ୍ୟାଚରେ ଡିଜନି-ହଟଷ୍ଟାର କେବଳ ବିଜ୍ଞାପନରୁ ୧୫୦କୋଟିରୁ ଅଧିକ ବ୍ୟବସାୟ କରିବ। ଯାହାକି ୪ ବର୍ଷ ପୂର୍ବେ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ ଭାରତ-ପାକିସ୍ତାନ ମ୍ୟାଚରେ ହୋଇଥିବା ବ୍ୟବସାୟ ଠାରୁ ପ୍ରାୟ ୫୦ କୋଟି ଟଙ୍କା ଅଧିକ ହେବ ବୋଲି ଆଶା କରାଯଉଛି।

ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୯ ଓ୍ବାନଡେ ବିଶ୍ୱକପ ମ୍ୟାଚରେ ଡିଜନି-ହଟଷ୍ଟାର୍‌ ୧୦ଟି ବିଜ୍ଞାପନ ସ୍ଲଟ ପାଇଁ ୨୫ଲକ୍ଷ ଟଙ୍କା ଦାବି କରିଥିଲା। ସେହି ମ୍ୟାଚରେ ମୋଟ ବିଜ୍ଞାପନ ସ୍ଲଟ ୫୫୦୦ସେକେଣ୍ଡ ଥିଲା। ଏହାର ଅର୍ଥ ହେଉଛି ଡିଜନି-ଷ୍ଟାର୍‌ ବିଜ୍ଞାପନ ସ୍ଲଟ ବିକ୍ରୟ କରି ୧୦୦ କୋଟିରୁ ଅଧିକ ଆୟ କରିଥିବ ବୋଲି ଆକଳନ କରାଯାଉଛି। ସେହପରି ବିଶ୍ୱକପରେ ଡିଜନି-ଷ୍ଟାର ଭାରତର ଅନ୍ୟ ଦଳ ବିପକ୍ଷରେ ମ୍ୟାଚରେ ବିଜ୍ଞାପନ ପାଇଁ ୧୦ ସେକେଣ୍ଡରେ ୧୬ ରୁ ୧୮ ଲକ୍ଷ ଟଙ୍କା ଦାବି କରୁଛି।

Leave A Reply

Your email address will not be published.