ହୋଟେଲ ଏମ୍ପାୟାର୍ସ ସ୍ଥିତ ଡେଲି କାଫେରେ ଖୋଲିଲା ଦୀପାବଳି ଉପହାରର ନୂଆ ସମ୍ଭାର* 

0

ଭୁବନେଶ୍ୱର :ଭୁବନେଶ୍ୱର ହୋଟେଲ ଏମ୍ପାୟାର୍ସ ସ୍ଥିତ ଡେଲି କାଫେ ରେ ଅକ୍ଟୋବର ୧୪ ତାରିଖ, ଶନିବାର ଏକ ବିଶେଷ ଦୀପାବଳି ଉପହାର କାଉଣ୍ଟରର ଉଦ୍ଘାଟନୀ ସମାରୋହ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଓଲିଉଡ୍ ର ଦୁଇ ଜଣ ସେଲିବ୍ରିଟି ଚୁଲବୁଲି ନାୟିକା ନୈନା ଦାଶ ଓ ଅଭିନେତା ପ୍ରୀତିରାଜ ଶତପଥୀ ଯୋଗଦେଇଥିଲେ ।

ଦୀପାବଳି ଅବସରରେ ଦୋକାନ ବଜାରରେ ଅନେକ ଭିଡ ଜମି ରହିଥାଏ । ଏଭଳି ପରିସ୍ଥିତିରେ ଦୀପାବଳି ସମୟରେ ବଜାରକୁ ଯାଇ ଉପହାର କିଣିବାର ସୁବିଧା ଯୋଗାଇବ ଏମ୍ପାୟାର୍ସ ସ୍ଥିତ ଡେଲି କାଫେ, ଯେଉଁଠାରେ ଆପଣ ପାଇବେ ମିଠା ଓ ଡ୍ରାଇ ଫୃଟ୍ ର ଅସରନ୍ତି ସମ୍ଭାର ଓ ଫେସ୍ଟିଭ ସେଲିବ୍ରସନ ପ୍ଯାକେଟ, ଯେଉଁଥିରେ ମିଳିବ ୫୦ରୁ ଅଧିକ କିସମର ଦିୱାଲୀ ହାପ୍ପୀ ହ୍ୟାମ୍ପର୍ ପ୍ୟାକେଟ ଯାହା ଆରମ୍ଭ ହେବ ଟ୫୦୦ଙ୍କା ରୁ ଟ୫୦୦୦ଙ୍କା ପର୍ଯ୍ୟନ୍ତ ସୁସଜ୍ଜିତ ରାପିଙ୍ଗ୍ ବକ୍ସ, ଟ୍ରେ ଏବଂ ଜୁଡି ସହିତ । ଅଧିକ ଅର୍ଡର କିମ୍ବା କର୍ପୋରେଟ୍ ଅର୍ଡର ପାଇଁ ଅଗ୍ରୀମ ବୁକିଂରେ ୧୦% ର ଏକ ସ୍ୱତନ୍ତ୍ର ରିହାତି ମଧ୍ୟ ଉପଲବ୍ଧ ।

ହୋଟେଲ ଏମ୍ପାୟାର୍ସ ସ୍ଥିତ ଡେଲି କାଫେର ହାଇଜେନିକ୍, ସୁସ୍ବାଦୁ ଶୁଖିଲା ଫଳ ଏବଂ ମିଠା ପରି ଏହି ସବୁ ଉପହାର ହେଉଛି ଆପଣଙ୍କ ସହକର୍ମୀ, ଗ୍ରାହକ, କର୍ମଚାରୀ, ବନ୍ଧୁଙ୍କ ସମେତ ନିକଟ ତଥା ପ୍ରିୟ ଲୋକଙ୍କ ମଧ୍ୟରେ ଖୁସି ବାଣ୍ଟିବା ପାଇଁ ବଡ଼ ଏକ ମାଧ୍ୟମ । ଅପଡେଟ୍ ହୋଇଥିବା ସୂଚନା ପାଇଁ ଓ ଉପହାର ହାମ୍ପର୍ ପ୍ୟାକେଟ୍ ଚିତ୍ର ଏବଂ ଭିଡିଓ ଦେଖିବା ପାଇଁ ଆମ ଏମ୍ପାୟାର୍ ହୋଟେଲ ଭୁବନେଶ୍ୱରର ଫେସବୁକ୍ ପେଜ୍ ପରିଦର୍ଶନ କରିପାରିବେ | ଆଡ୍ଭାନ୍ସ ବୁକିଂ ପାଇଁ ଇମେଲ୍ କରିପାରିବେ କିମ୍ବା ହୋଟେଲ ପରିସରରେ ଥିବା ଡେଲି କାଫେ ଆଉଟଲେଟ୍ ପରିଦର୍ଶନ କରିପାରିବେ କିମ୍ବା ୱ୍ହାଟ୍ସଆପ (+91 9337716061/62, 9338016544/45, 933801662) ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ହୋଟେଲ ଏମ୍ପାୟାର୍ସ ତରଫରୁ ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର କହିଛନ୍ତି ।

Leave A Reply

Your email address will not be published.