ନିଜ ସେନାଙ୍କୁ ଭେଟିଲେ ଇସ୍ରାଏଲର ରାଷ୍ଟ୍ରପତି

0

ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଗାଜା ସୀମାବର୍ତ୍ତୀ ଅଞ୍ଚଳକୁ ଗସ୍ତ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ। ଏହି ଅବସରରେ ସେ ଗାଜାରେ ମୁତୟନ ଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସର ସୈନିକଙ୍କ ସହ କଥା ହୋଇଛନ୍ତି। ପ୍ରସ୍ତୁତ ରୁହ। ଖୁବ୍‌ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶନିବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଇସ୍ରାଏଲ୍‌ ସୈନିକମାନଙ୍କୁ କହିଛନ୍ତି।

ସୈନିକମାନଙ୍କ ମନୋବଳ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜା ପଟ୍ଟି ସୀମାନ୍ତରେ ଆଇଡିଏଫ୍‌ ସୈନିକମାନଙ୍କୁ ଭେଟିଥିଲେ। ‘ଆଇଡିଏଫ୍‌’ ଅଧିକାରୀମାନଙ୍କ ସହିତ କଥା ହେବା ସମୟର ଫଟୋ ସେୟାର୍‌ କରି ନେତାନ୍ୟାହୁ କହିଛନ୍ତି, ଆମେ ସମସ୍ତେ ପ୍ରସ୍ତୁତ ଅଛୁ।ଉକ୍ତ ଭିଡିଓରେ ଦେଖାଯାଉଛି ନେତାନ୍ୟାହୁ ସୈନିକମାନଙ୍କ ସହିତ ହାତ ମିଶାଉଛନ୍ତି। ସେ ଯାହା କହୁଛନ୍ତି ସୈନିକମାନେ ମୁଣ୍ଡ ହଲାଇ ତାଙ୍କ କଥାକୁ ସମ୍ମତି ଜଣାଉଛନ୍ତି।

ସେପଟେ ଇସ୍ରାଏଲ ଓ ଗାଜା ଯୁଦ୍ଧକୁ ନେଇ ସାଉଦି ଆରବରେ ଜରୁରୀ ବୈଠକ ଡାକିଛି ଇସଲାମିକ ଦେଶର ଏକ ଗୋଷ୍ଠୀ। ଏହି ବୈଠକରେ ଗାଜାରେ ରକ୍ଷାହୀନ ନାଗରିକଙ୍କ ପ୍ରତି ରହିଥିବା ବିପଦ ଉପରେ ଚର୍ଚ୍ଚା ହେବ ବୋଲି କୁହାଯାଉଛି।

୨୪ ଘଣ୍ଟା ମଧ୍ୟରେ ଉତ୍ତରା ଗାଜାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗାଜାବାସୀ ଏହି ଅଞ୍ଚଳକୁ ଖାଲି କରିବା ପରେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଗାଜା ସହର ତଳେ ଥିବା ଟନେଲେର ହମାସ ଆତଙ୍କବାଦୀ ଲୁଚି ରାହିଛନ୍ତି। ସେଥିପାଇଁ ଗାଜାବାସୀଙ୍କ ଅଞ୍ଚଳ ଖାଲି କରିବାକୁ ନର୍ଦ୍ଦେଶ ଦିଆଯାଇଛି ବୋଲି ଇସ୍ରାଏଲ ସେନା କହିଛି। ସୂଚନା ମୁତାବକ, ଏହି ଅଞ୍ଚଳରେ ୧୧ ଲକ୍ଷ ଲୋକ ବାସ କରନ୍ତି।

Leave A Reply

Your email address will not be published.