ରାଜ୍ୟରେ ନଭେମ୍ବର ୧ରୁ ଆରମ୍ଭ ହେବ ବାଘ ଗଣନା

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ନଭେମ୍ବର ୧ରୁ ଆରମ୍ଭ ହେବ ବାଘ ଗଣନା । ନିଜସ୍ୱ ଉଦ୍ୟମରେ ବାଘ ଗଣିବେ ରାଜ୍ୟ ସରକାର । ରାଜ୍ୟରେ କେତେ ବାଘ ଅଛନ୍ତି ଜାନୁଆରୀ ୩୧ ତାରିଖ ସୁଦ୍ଧା ଆସିବ ତଥ୍ୟ । ରାଜ୍ୟ ସରକାର ଦାବି କରୁଛନ୍ତି କେନ୍ଦ୍ର ତଥ୍ୟ ତୁଳନାରେ ରାଜ୍ୟରେ ଅଧିକ ବାଘ ରହିଛି । କେନ୍ଦ୍ର ଗଣନା ଅନୁସାରେ ରାଜ୍ୟରେ ୨୦ଟି ବାଘ ରହିଛି । କିନ୍ତୁ ୨୫ରୁ ଅଧିକ ବାଘ ଥିବା କହିଛି ବିଭାଗ ।

ଏହାକୁ ପ୍ରମାଣ କରିବାକୁ ନିଜସ୍ୱ ଉଦ୍ୟମରେ ହେବ ବାଘ ଗଣନା । ଖାଲି ବାଘ ନୁହେଁ ହାତୀ ଗଣନା ବି କରିବେ ରାଜ୍ୟ ସରକାର । ଏପ୍ରିଲରୁ ହାତୀ ଗଣନା କାର୍ୟ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.