ଗାଜା ଉପରେ ରାତି ସାରା ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ
ନୂଆଦିଲ୍ଲୀ (ଆମ ଟିଭି): ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଯୁଦ୍ଧ ୧୫ ଦିନରେ ପହଞ୍ଚିଥିଲେ ବି ଥମିବାର ର୍ନାଁ ଧରୁନି । ଗାଜାରେ ରାତାରାତି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଜବାଲିଆର ଅଲ-ମୋତୱକ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି।
ଏହା ବ୍ୟତୀତ ଏୟାର ଷ୍ଟ୍ରାଇକରେ ଅନ୍ୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୪ ପିଲା ଏବଂ ଜଣେ ମହିଳାଙ୍କ ସମେତ ଖାଦର ପରିବାରର ପାଞ୍ଚ ଜଣଙ୍କର ମତ୍ୟୁ ଘଟିଛି। କେନ୍ଦ୍ରୀୟ ଡିଆର ଅଲ-ବାଲାହ ଏବଂ ଇସ୍ରାଏଲର କେନ୍ଦ୍ରୀୟ ଗାଜାରେ ଥିବା ଅଲ-ବ୍ୟୁରିଜ ଶରଣାର୍ଥୀ ଶିବିରରେ ଅନ୍ୟ ୭ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ, ଇସ୍ରାଏଲ ଏବଂ ହମାସ ଦୁଇଟି ନାମ ଯାହା ଉପରେ ସାରା ବିଶ୍ୱର ଆଖି ସ୍ଥିର ହୋଇଛି। ଏହାର କାରଣ ହେଉଛି ଗତ ୧୪ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗି ରହିଛି।