ଆଜି ମହାମାୟାଙ୍କ ମହାନବମୀ: ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା

0

ଭୁବନେଶ୍ୱର(ଆମ ଟିଭି): ଆଜି ମା’ଙ୍କ ମହାନବମୀ ପୂଜା । ସେଥିପାଇଁ ସକାଳୁ ସକାଳୁ ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି ମା’ଙ୍କ ମହାନବମୀ ପୂଜା । ଏହି ଅବସରରେ ଅପରାଜିତା ପୂଜା, ଚଣ୍ଡୀପାଠ, କୁମାରୀ ପୂଜା ଆଦି କରାଯିବ । ଅପରାହ୍ନରେ ଚଣ୍ଡୀ ଆହୂତି ଦିଆଯିବ । ଏବେ ରାଜଧାନୀ ସମେତ ବିଭିନ୍ନ ସହରରେ ପୂଜାମଣ୍ଡପ ଶଙ୍ଖନାଦ, ଘଂଟଘଂଟାର ଶବ୍ଦରେ ଗୁଂଜରିତ ହେଉଛି ।

ସେପଟେ କଟକର ଅନ୍ୟତମ ଆକର୍ଷଣୀୟ ଓ ବିତଶାଳୀ ପୂଜା ମଣ୍ଡପ ହେଉଛି ମଙ୍ଗଳାବାଗ ପୂଜା ମଣ୍ଡପ । ସର୍ବ ପୂରାତନ ପୂଜା ମଣ୍ଡପ ଭାବେ ଅନେକ ବର୍ଷରୁ ଏଠାରେ ମା’ ପୂଜା ପାଉଛନ୍ତି । ମା’ଙ୍କ ମେଢ ସଂପୂର୍ଣ୍ଣ ଚାନ୍ଦିରେ ନିର୍ମିତ ହୋଇଥିବା ବେଳେ ମା’ଙ୍କ ମୁକୁଟ ଏବଂ ପାଶ୍ୱଦେବାଦେବୀଙ୍କ ସମସ୍ତ ଅଳଙ୍କାର ସୁନାରେ ନିର୍ମିତ ହୋଇଛି । ୩ କ୍ୱିଂଟାଲ ଚାନ୍ଦିରେ ମା’ଙ୍କ ମେଢ ତିଆରି ହୋଇଥିବା ବେଳେ ୮ କେଜିରୁ ଅଧିକ ସୁନାରେ ସମସ୍ତ ଅଳଙ୍କାର ତିଆରି ହୋଇଛି । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳୁଛି ।

 

Leave A Reply

Your email address will not be published.