ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲକୁ ଇରାନର କଡ଼ା ଚେତାବନୀ

0

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ-ହମାସ ମଧ୍ୟରେ ଦୀର୍ଘ ଦିନ ହେବ ଯୁଦ୍ଧ ଲାଗି ରହିଛି । ଦିନ ଯେତିକି ଗଡ଼ୁଛି ଯୁଦ୍ଧ ସେତେ ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ଇସ୍ରାଏଲକୁ ଇରାନର କଡା ଚେତାବନୀ । ଗାଜାରେ ତୁରନ୍ତ ଆକ୍ରମଣ ବନ୍ଦ ନକଲେ ପରିଣାମ ଭୟଙ୍କର ହେବ ବୋଲି ତେହେରାନ ଚେତାବନୀ ଦେଇଛି । ଏପରରିକି ବାଧ୍ୟ ହୋଇ ଇସ୍ରାଏଲ ବିରୋଧରେ କାର୍ୟ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ବୋଲି ଇରାନ କହିଛି । ଏନେଇ ଇରାନର ବୈଦେଶିକ ମନ୍ତ୍ରୀ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି । ଏଯାଏଁ ଇସ୍ରାଏଲ-ହମାସ୍ ଯୁଦ୍ଧରେ ଇରାନ ସିଧାସଳଖ ଭାବେ ସାମିଲ ହୋଇ ନାହିଁ । ହେଲେ ଇସ୍ରାଏଲକୁ ବାରମ୍ବାର ଇରାନ ସମାଲୋଚନା କରିଆସୁଛି । ଇସ୍ରାଏଲ-ଇରାନ ପରସ୍ପର ଶତ୍ରୁ ରାଷ୍ଟ୍ର । ଆତଙ୍କୀ ଗୋଷ୍ଠୀ ହମାସକୁ ଇରାନ ସବୁପ୍ରକାର ସହାୟତା ଯୋଗାଇ ଆସୁଛି । ତେଣୁ ହମାସର ଆକ୍ରମଣ ପଛରେ ଇରାନର ହାତ ଥିବା ମଧ୍ୟ ଅଭିଯୋଗ ହେଉଛି ।

ଅନ୍ୟପଟେ ଗାଜା ସୀମାରେ ଟ୍ୟାଙ୍କ ଜମା କରିଛି ଇସ୍ରାଏଲ । ଫଳରେ କୌଣସି ମୁହୂର୍ତରେ ଗାଜାରେ ସ୍ଥଳଭାଗରେ ଆକ୍ରମଣ କରିପାରେ ଇସ୍ରାଏଲ । ଗାଜାରେ ବିମାନ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଏସବୁ ଭିତରେ ଗାଜାରେ ଦ୍ୱିତୀୟ ପର୍ୟ୍ୟାୟ ମାନବୀୟ ସହାୟତା ପହଂଚିଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ଇସ୍ରାଏଲ ଗସ୍ତରେ ଯାଉଛନ୍ତି । ପୂର୍ବରୁ ଆମେରିକା ରାଷ୍ଟପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଇସ୍ରାଏଲ ଯାଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଥିଲେ ।

 

Leave A Reply

Your email address will not be published.