୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ
ନୂଆଦିଲ୍ଲୀ (ଆମ ଟିଭି): ସମସ୍ତ ଖେଳପ୍ରେମୀମାନଙ୍କ ପାଇଁ ଖୁସି ଖବର । ପୁଣି ଏକ ଇତିହାସ ରଚିବାକୁ ଯାଉଛି ଭାରତ । ୨୦୩୦ରେ ୟୁଥ୍ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସର ଆୟୋଜନ କରିବ ଭାରତ । ଗୋଆରେ ଅଜାତୀୟ କ୍ରୀଡ଼ା ଦିବସ ଉଦଘାଟନୀ ଅବସରରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସ ପାଇଁ ଭାରତରେ ଆବଶ୍ୟକ ଭିତିଭୂମି ପ୍ରସ୍ତୁତ ରହିଛି । ପ୍ରଥମଥର ଗୋଆରେ ଆୟୋଜିତ ଜାତୀୟ କ୍ରୀଡ଼ା ନଭେମ୍ବର ୯ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିରେ ଦେଶର ୧୦ହଜାର ଖେଳାଳି ଭାଗ ନେବେ । ଉଦଘାଟନୀ ସମାରୋହରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ କିମ୍ବଦନ୍ତୀ ଆଥଲେଟ୍ ପିଟି ଉଷା ସାମିଲ ହୋଇଥିଲେ ।