ଇସ୍ରାଏଲ-ହମାସ ଯୁଦ୍ଧ: ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୫୦ଜଣ ବନ୍ଧକ ମୃତ

0

ନୂଆଦିଲ୍ଲୀ (ଆମ ଟିଭି): ଗତ ୨୦ ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ଗାଜା ଉପରେ ଇସ୍ରାଏଲର ସେନା ଲଗାତର ଆକ୍ରମଣ କରିଚାଲିଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ସେନା କହିଛି ଯେ ରାତିସାରା ଗାଜାରେ ଚଢାଉ କରାଯାଇଛି। ଯେଉଁଥିପାଇଁ ଗାଜାରେ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି । ସେହି କ୍ରମରେ ଗାଜା ଷ୍ଟ୍ରିପର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଇସ୍ରାଏଲ୍ ଦ୍ୱାରା ହୋଇଥିବା ବିସ୍ଫୋରଣରେ ଏପର୍ୟ୍ୟନ୍ତ ୭,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଏଜେନ୍ସି ଅନୁଯାୟୀ, ଅକ୍ଟୋବର ୭ ଆକ୍ରମଣରେ ହମାସ ଇସ୍ରାଏଲରେ ୧୪୦୦ ଲୋକଙ୍କୁ ହତ୍ୟା କରିଥିଲା ଏବଂ ୨୨୨ ଜଣଙ୍କୁ ବନ୍ଧକ ରଖିଥିଲା। ଏହି ପରିପ୍ରେକ୍ଷୀରେ ହମାସ ଗୁରୁବାର କହିଛନ୍ତି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଏହି ୫୦ ଜଣ ବନ୍ଧକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହମାସ ମୁଖପାତ୍ର ଆବୁ ଉବାଇଦା ଗୁରୁବାର ଦିନ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ପୋଷ୍ଟ କରିଛନ୍ତି କହିଛନ୍ତି ଯେ ‘ଅଲ କସମ ବ୍ରିଗେଡସ୍ ଆକଳନ କରିଛି ଯେ ଜିଓନି ହତ୍ୟା ଏବଂ ନରସିଂହାର ଯୋଗୁଁ ଗାଜା ପଟିରେ ଜିଓନି କଏଦୀଙ୍କ ମୃତ୍ୟୁ ପ୍ରାୟ ୫୦ ନିକଟରେ ପହଞ୍ଚିଛି।

ଏଥି ସହିତ, ଇସ୍ରାଏଲର କିଛି ଗୁପ୍ତଚର କର୍ମଚାରୀଙ୍କ ରିପୋର୍ଟ ଏବଂ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି । ଘଣ୍ଟା ଘଣ୍ଟା ଧରି ହୋଇଥିବା ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କୁ ହଟାଇ ଦିଆଯାଇଥିଲା ଏବଂ ଏଥିରେ କୌଣସି ଇସ୍ରାଏଲ ନାଗରିକ ଆହତ ହୋଇନାହାଁନ୍ତି। ଏଥି ସହିତ, ଇସ୍ରାଏଲ କହିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ୨୫୦ହମାସ ଶିବିରକୁ ଟାର୍ଗେଟ କରିଛି ଯେଉଁଥିରେ ଟନେଲ ଏବଂ ରକେଟ ଲଞ୍ଚର୍‌ ଅନ୍ତର୍ଭୁକ୍ତ। ଯେଉଁଥିରେ କୁହାଯାଇଛି ଯେ ହମାସ ୫୦ ଜଣ ବନ୍ଧକଙ୍କୁ ହତ୍ୟା କରିଛି ଏବଂ ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଛି। ଯଦି ଇସ୍ରାଏଲ ଗାଜା ଉପରେ ଆକ୍ରମଣ ବନ୍ଦ ନ କରେ , ତେବେ ଆଗକୁ ଏହି ଯୁଦ୍ଧ ଭୟଙ୍କର ରୂପ ନେବ ବୋଲି ଆକଳନ କରାଯାଉଛି ।

 

Leave A Reply

Your email address will not be published.