ଭାରତକୁ ଜାତିସଂଘର ଚେତାବନୀ, ଜାଣନ୍ତୁ କାହିଁକି

0

ଭାରତରେ ଭୂତଳ ଜଳ ହ୍ରାସକୁ ନେଇ ଚେତାବନୀ ଦେଲା ଜାତିସଙ୍ଘ। ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳ ଗୁରୁତର ଭାବେ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଜାତିସଙ୍ଘର ଏକ ରିପୋର୍ଟ। ଭାରତର ଇଣ୍ଡୋ-ଗାଙ୍ଗେଟିକ୍‌ର କେତେକ ଅଞ୍ଚଳରେ ଭୂତଳ ଜଳ ହ୍ରାସ ପାଇବାର ବିପଦ ସଙ୍କେତର ଟିପିଂ ପଏଣ୍ଟ ଅତିକ୍ରମ କରିସାରିଛି। ଯାହା ଏବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଜାତିସଙ୍ଘ ଅଧୀନରେ ଥିବା ଏକ ବିଶ୍ୱବିଦ୍ୟାଳୟ, ପରିବେଶ ଏବଂ ମାନବ ସୁରକ୍ଷା ଅନୁଷ୍ଠାନ (UNU-EHS) ଦ୍ୱାରା ‘ଇଣ୍ଟର-କନେକ୍ଟେଡ ଡିଜାଷ୍ଟର ରିସ୍କ ରିପୋର୍ଟ ୨୦୨୩’ ଶୀର୍ଷକରେ ପ୍ରକାଶ ପାଇଛି ଏହି ତଥ୍ୟ। ତେବେ ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ ବିଶ୍ୱ ଛଅଟି ଜଳବାୟୁ ପରିବର୍ତ୍ତନ ବିନ୍ଦୁ ବା ଟିପିଂ ପଏଣ୍ଟର ନିକଟତର ହେଉଛି। ସେଗୁଡ଼ିକ ହେଲା, ବିଲୁପ୍ତିକୁ ତ୍ୱରାନ୍ୱିତ କରିବା, ଭୂତଳ ଜଳ ହ୍ରାସ, ପାର୍ବତ୍ୟ ହିମଖଣ୍ଡ ତରଳିବା, ଅନ୍ତରୀକ୍ଷ ଭଗ୍ନାବଶେଷ, ଅସହ୍ୟ ଉତ୍ତାପ ଏବଂ ଏକ ବୀମା ବିହୀନ ଭବିଷ୍ୟତ।

Leave A Reply

Your email address will not be published.