ବିଶ୍ୱକପ୍ ଲଢେଇ; ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କଲା ଭାରତ

0

ନୂଆଦିଲ୍ଲୀ (ଆମ ଟିଭି): ଚାଲିଛି ବିଶ୍ୱକପ୍ ମହାଯୁଦ୍ଧ । କ୍ରିକେଟ ବିଶ୍ୱକପରେ ସେମିଫାଇନାଲ ପ୍ରବେଶର ଦ୍ୱାର ଦେଶରେ ପହଞ୍ଚିଯାଇଛି ଭାରତ। ଇଂଲଣ୍ଡକୁ ଶହେ ରନରେ ହରାଇଦେଇଛି ରୋହିତ ବାହିନୀ। ଏଯାଏଁ ଖେଳିଥିବା ଲଗାତାର ୬ଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ପଏଂଟ ଟେବୁଲର ଶୀର୍ଷରେ ପହଂଚିଛି । ଶନିବାର ମ୍ୟାଚରେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ମାପଚୁପ ବୋଲିଂ ବଳରେ ଭାରତ ଏହି ବିଜୟ ହାସଲ କରିଛି । ଗତକାଲି ଖେଳାଯାଇଥିବା ମ୍ୟାରେ ଇଂଲଣ୍ଡକୁ ୨୩୦ ରନର ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ ।

ଟସ୍ ଜିତି ଇଂଲଣ୍ଡ ଆୟୋଜକ ଦଳକୁ ବ୍ୟାଟିଂ ପାଇଁ ଦେଇଥିଲା ଆମନ୍ତ୍ରଣ । ତେବେ ୨୩୦ ରନର ଟାର୍ଗେଟ୍ ନେଇ ଇଂଲଣ୍ଡ ଦଳ ପଡ଼ିଆକୁ ଓହ୍ଲାଇଥିଲା । ପ୍ରଥମରୁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା ଇଂଲଣ୍ଡ । ୩୫ ଓଭର ଖେଳି ମାତ୍ର ୧୨୯ ରନ ସଂଗ୍ରହ କରି ଇଂଲଣ୍ଡ ଟିମ ଅଲ ଆଉଟ ହୋଇଯାଇଥିଲା।

Leave A Reply

Your email address will not be published.