ରାଷ୍ଟ୍ରପତି ନିର୍ବାଚନ: ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ
ଭୁବନେଶ୍ୱର(ଆମ ଟିଭି): ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ । ଏନେଇ କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ହାଇକମାଣ୍ଡଙ୍କ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି ପିସିସ ସଭାପତି । କଂଗ୍ରେସର ସମସ୍ତ ଭୋଟ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ ଦେବା ପାଇଁ ଏହି ବୈଠକରେ ଆଲୋଚନା । ଯଶଓ୍ୱନ୍ତ ସିହ୍ନା ହାରନ୍ତୁ କି ଜିତନ୍ତୁ ତାଙ୍କୁ ଭୋଟ ଦେବା ପାଇଁ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସୂଚନା ଦେଇଛନ୍ତି ।
ସୂଚନା ଥାଉକି ଆସନ୍ତା ୧୮ରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ବିଜେଡି, ବିଜେପି ସମତେ ଅନ୍ୟ ଦଳ ସମର୍ଥନ ଦେଉଛନ୍ତି ।