ଫାଶୀଦଣ୍ଡ ପାଇଥିବା ନୌସେନା ଅଧିକାରୀଙ୍କ ପରିବାରକୁ ଭେଟିଲେ ଏସ୍‌.ଜୟଶଙ୍କର

0

କତାରରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ପୂର୍ବତନ ନୌସେନା ଅଧିକାରୀମାନଙ୍କୁ ମୁକ୍ତ ସୁନିଶ୍ଚିତ କରିବା ପାଇଁ ଭାରତ ସବୁ ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି।

ଏନେଇ ସୋଶାଲ ମିଡିଆ ସାଇଟ୍‌ ‘X’ରେ ପୋଷ୍ଟ କରି ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି, କତାର୍‌ରେ ଅଟକ ଥିବା ୮ଜଣ ଭାରତୀୟଙ୍କ ପରିବାରବର୍ଗଙ୍କୁ ଆଜି ସକାଳେ ଭେଟିଲି। ଏହି ମାମଲାରେ ଭାରତ ସରକାର ସର୍ବାଧିକ ଗରୁତ୍ୱାରୋପ କରୁଥିବା କଥା କହିଛି। ସେମାନଙ୍କ ପରିବାରବର୍ଗଙ୍କ ବେଦନା ଓ ଦୁଃଖ ଶୁଣିଲି। ସେମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ଲାଗି ଭାରତ ସରକାର ସବୁ ପ୍ରକାରର ପ୍ରୟାସ ଜାରି ରଖିବେ। ଏ ପ୍ରସଙ୍ଗରେ ସେମାନଙ୍କ ପରିବାରବର୍ଗଙ୍କ ସହିତ ନିବିଡ଼ ଆନ୍ତରିକତାର ସହ ସମନ୍ୱୟ ରକ୍ଷା କରିବୁ।

Leave A Reply

Your email address will not be published.