ଜୀବନ ହାରିଲେ ମାଲାୟାଲାମ୍ ଅଭିନେତ୍ରୀ
ନୂଆଦିଲ୍ଲୀ(ଆମ ଟିଭି): କେରଳରେ ପୁଣି ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଷା ମେନନ୍ ଙ୍କ ମୃତଦେହ ତିରୁବନନ୍ତପୁରମର ଶ୍ରୀକର୍ୟ୍ୟସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ଗତକାଲି ରାତିରେ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ଅଭିନେତ୍ରୀ ତାଙ୍କ ସ୍ୱାମୀ ମନୋଜଙ୍କ ସହ ରହୁଥିବା ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ।
ରିପୋର୍ଟ ଅନୁଯାୟୀ, ସେ ଆତ୍ମହତ୍ୟା କରିଥିବା ପୁଲିସ ନିଶ୍ଚିତ କରିଛି । ଅଭିନେତ୍ରୀ ଜଣକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ଜଣାପଡିଛି । ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ରେଞ୍ଜୁଷା ‘ସିଟି ଅଫ୍ ଗଡ୍’, ‘ମେରିକୁଣ୍ଡୋରୁ କୁଞ୍ଜଡୁ’, ‘ବମ୍ବେ ମାର୍ଚ’, ‘କର୍ୟାସ୍ଥାନ’, ‘ୱାନ୍ ୱେ ଟିକେଟ୍’, ‘ଆଠଭୁଥା ଦ୍ବିପୁ’ ସମେତ ଅନେକ ଟେଲିଭିଜନ ଧାରାବାହିକ ଏବଂ ଚଳଚ୍ଚିତ୍ରରେ ସହାୟକ ଭୂମିକା ପାଇଁ ଜଣାଶୁଣା।