ଜୟଦୀପ ଧନକଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କଲା ଏନଡିଏ
ନୂଆଦିଲ୍ଲୀ (ଆମ ଟିଭି): ଜୟଦୀପ ଧନକଡ଼ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କଲା ଏନଡିଏ । ପଶ୍ଚିମବଙ୍ଗ ରାଜ୍ୟପାଳ ଅଛନ୍ତି ଜୟଦୀପ ଧନକଡ଼। ତେବେ ଆଜି ତାଙ୍କ ନାମକୁ ଉପରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା।
ଶନିବାର ବିଜେପି ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ପରେ ଜେପି ନଡ୍ଡା ପ୍ରେସମିଟରେ ତାଙ୍କ ନାମ ଘୋଷଣା କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇଥିଲେ । ଦ୍ୱିପ୍ରହରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିଲେ ଜଗଦୀପ ଧନକଡ । ସେହିଭଳି ଶୁକ୍ରବାର ଅମିତ ଶାହଙ୍କୁ ମଧ୍ୟ ସେ ଭେଟିଥିଲେ । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ପଡିବ । ଏହି ଦିନ ହିଁ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।