୨୦୦୦ଟଙ୍କିଆ ନୋଟ୍ ବଦଳାଇବା ପ୍ରସଙ୍ଗ, ଖୋଳତାଡ଼ କରୁଛି ଇଓଡବ୍ଲୁ

0

ଭୁବନେଶ୍ୱର (ଆମ ଟିଭି): ୨୦୦୦ଟଙ୍କିଆ ନୋଟ୍ ବଦଳାଇବା ପ୍ରସଙ୍ଗ, ଆକ୍ସନ ମୋଡରେ ଇଓଡବ୍ଲୁ। ଇଓଡବ୍ଲ୍ୟ ପ୍ରଥମ ପର୍ୟ୍ୟାୟରେ ପ୍ରାୟ ୩୦ଜଣଙ୍କ ତାଲିକା ଧରି ତନାଘନା ଆରମ୍ଭ କରିଛି। ତେବେ ଯେଉଁମାନେ ଆରବିଆଇକୁ ବାରମ୍ବାର ନୋଟ୍ ବଦଳାଇବା ଓ ଆକାଉଣ୍ଟରେ ନୋଟ୍ ଜମା କରିବା ପାଇଁ ଆସୁଥିଲେ ସେମାନଙ୍କୁ ଇଓଡବ୍ଲ୍ୟୁ ଚିହ୍ନଟ କରିଛି। ଆରବିଆଇରୁ ପାଇଥିବା ୪ ଦିନର ସିସିଟିଭି ଫୁଟେଜ୍, ଟଙ୍କା ଜମା ଓ ବଦଳର ତଥ୍ୟ ଆଧାରରେ ଏହି ୩୦ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।

ଏବେ ଏମାନଙ୍କୁ ଜେରା ପାଇଁ ଇଓଡବ୍ଲ୍ୟୁ ଯୋଜନା କରୁଛି। ୨୦୦୦ ଟଙ୍କିଆ ନୋଟ୍ ବଦଳ କରିବାକୁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍ ରହିଛି । ଅଧିକାଂଶ ଅନ୍ୟଜଣଙ୍କର ନୋଟ୍ ବଦଳ କଲେ ମଜୁରୀ ମିଳୁଛି କହି ଧାଡିରେ ଛିଡା ହୋଇଥିବା କହିଥିଲେ। ଯାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। କୁହାଯାଉଛି ଅସାଧୁ ବ୍ୟବସାୟୀ ନିଜର ହିସାବ ନଦେବାକୁ ଯାଇ ଲୋକଙ୍କୁ ମୋହରା କରିଛି।

Leave A Reply

Your email address will not be published.