ଇଡି ସ୍କାନରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

0

ନୂଆଦିଲ୍ଲୀ (ଆମ ଟିଭି): ଇଡ଼ି ସ୍କାନରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପୋ ବଘେଲ। ମହାଦେବ ବେଟିଂ ଆପ୍‌ ପ୍ରତିଷ୍ଠାତାମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବଘେଲ ୫୦୮ କୋଟି ଟଙ୍କା ନେଇଥିବା ଇଡି କହିଛି।ଏ ବାବଦରେ କେତେକ ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇଛି ବୋଲି ଇଡି କହିଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।ଗତକାଲି ରାଜ୍ୟରେ ଇଡି ଚଢ଼ଉ କରି ୫.୩୯ କୋଟି ଟଙ୍କା ଜବତ କରିବା ସହ ଏହି ମାମଲାରେ ମହାଦେବ ଆପ୍‌ର ଅର୍ଥବାହକ ଅସୀମ ଦାସଙ୍କୁ ଗିରଫ କରିଥିଲା।

ଆଜି ଇଡି ମୁଖ୍ୟମନ୍ତ୍ରୀ ବଘେଲଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି। ଗିରଫ ହୋଇଥିବା ଅର୍ଥବାହକ ଅସୀମ ଦାସଙ୍କୁ ରାଜ୍ୟରେ ଶାସକ କଂଗ୍ରେସ ଦଳ ପାଇଁ ନିର୍ବାଚନୀ ଖର୍ଚ୍ଚ ନିମନ୍ତେ ନଗଦ ପହଞ୍ଚାଇବା ପାଇଁ ୟୁଏଇ ମଧ୍ୟ ପଠାଯାଇଥିଲା ବୋଲି ଇଡି କହିଛି।ଅସୀମ ଦାସ ସ୍ବୀକାର କରିଛନ୍ତି ଯେ ଜବତ ହୋଇଥିବା ଅର୍ଥ ମହାଦେବ ବେଟିଂ ଆପ୍‌ ପ୍ରତିଷ୍ଠାତାମାନଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ଦେବାପାଇଁ ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.