ଟିମ୍‌ ଇଣ୍ଡିଆକୁ ଶକ୍ତ ଝଟକା: ବିଶ୍ୱକପରୁ ବାଦ୍ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

0

ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱକପରେ ଟିମ୍‌ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୱାର୍ଲ୍ଡ କପ୍‌-୨୦୨୩ରୁ ବାହାର ହୋଇଯାଇଛନ୍ତି। ଆହତ ସମସ୍ୟା ପାଇଁ ଦଳରୁ ବାହାରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଅବଶିଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ଏହି ଖବର ସମସ୍ତଙ୍କୁ ନିରାଶ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏଣ୍ଟ୍ରି ହୋଇଛି। ପୁଣେରେ ଗତ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ।

ମ୍ୟାଚ ଅଧାରୁ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ ଏହି ଷ୍ଟାର କ୍ରିକେଟର। କିନ୍ତୁ ଏପର୍ୟ୍ୟନ୍ତ ସେ ଏହି ସମସ୍ୟାରୁ ମୁକୁଳି ପାରି ନାହାନ୍ତି। ଚଳିତ ୱାର୍ଲ୍ଡ କପ୍‌ରେ ଭାରତ ଏପର୍ୟ୍ୟନ୍ତ ଅପରାଜେୟ ରହିଛି। ଦଳ ୭ଟି ମ୍ୟାଚ ଖେଳିଥିବା ବେଳେ ସବୁ ମ୍ୟାଚର ବିଜେତା ହୋଇ ପାରିଛି।

Leave A Reply

Your email address will not be published.