ଓଡିଶା ଆସିବେ ରାଷ୍ଟ୍ରପତି

0

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟରୁ ସଙ୍କେତ ମିଳିଛି। କୋଳିଆପାଣିଠାରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲକୁ ରାଷ୍ଟ୍ରପତି ୨୦ ତାରିଖରେ ଉଦ୍‌ଘାଟନ କରିବା ପାଇଁ କାର୍ଯ୍ୟକ୍ରମ ରହିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ ଏହି ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୫ରେ ରାଷ୍ଟ୍ରପତି ମୁର୍ମୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେ କଟକରେ ମା’ କଟକଚଣ୍ତୀଙ୍କୁ ଦର୍ଶନ କରିବା ସହ ଶୈଳବାଳା ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେହିପରି କଟକ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେଇଥିଲେ।

Leave A Reply

Your email address will not be published.