ଭୂକମ୍ପରେ ଥରିଲା ଇଣ୍ଡେନେସିଆ
ନୂଆଦିଲ୍ଲୀ (ଆମ ଟିଭି): ଇଣ୍ଡୋନେସିଆର ବାନ୍ଦା ସାଗରରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୬.୯ ରହିଥିବା ଯୁକ୍ତରାଷ୍ଟ୍ରର ଭୂବୈଜ୍ଞାନିକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଇଣ୍ଡୋନେସିଆ ସମୟ ପୂର୍ବାହ୍ନ ୧୦.୨୩ ସମୟରେ ଦେଶର ବାନ୍ଦା ସାଗରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି।
ଭୂକମ୍ପ ଯୋଗୁ ଏ ପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ଭୂକମ୍ପ ଯୋଗୁଁ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ମିଳିନଥିବା ସୂଚନା ମିଳିଛି।