ଯୁଦ୍ଧ ବିରତି ପାଇଁ ରାଜି ହେଲା ଇସ୍ରାଏଲ
ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଆଶ୍ୱସ୍ତି । ତିନି ଦିନ ପାଇଁ ୪ ଘଣ୍ଟା ଲେଖାଏ ଯୁଦ୍ଧ ବିରତି ପାଇଁ ରାଜି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ମାନବିକତା ଦୃଷ୍ଟିରୁ ଇସ୍ରାଏଲ ରାଜି ହୋଇଥିବା ନେଇ ଆମେରିକାର ହ୍ୱାଇଟ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ପ୍ରତି ବଦଳରେ ହମାସ ଡର୍ଜନରୁ ଅଧିକ ପଣବନ୍ଦୀଙ୍କୁ ଛାଡିବ ବୋଲି ସୂଚନା ମିଳିଛି । ସେନା ପକ୍ଷରୁ ହମାସ ଆତଙ୍କବାଦୀ ଲୁଚିଥିବା ଜନବସତି ଏବଂ ମସଜିଦରେ ଅଞ୍ଚଳରେ ରକେଟ ମାଡ କରୁଛି । ତେବେ ଗାଜା ଅକ୍ତିଆର ପାଇଁ ଇସ୍ରାଏଲ ଚାହୁଁନଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ।