ନୂଆଦିଲ୍ଲୀ(ଆମ ଟିଭି): ଆଲୋକର ମହାପର୍ବ ଦୀପାବଳିକୁ ଚାରିଆଡେ ଧୁମଧାମରେ ପାଳନ କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳୀରେ ଯବାନଙ୍କ ସହ ଉତ୍ସବ ମନାଇଛନ୍ତି।ଏଲଓସି ଯାଇ ଯବାନଙ୍କ ସହ ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜମ୍ମୁ-କାଶ୍ମୀର ଅଖନୁର ସ୍ଥିତ ଓରିୟନ୍ ଅଞ୍ଚଳରେ ଯବାନଙ୍କ ସହ ସାମିଲ ହୋଇ ଦୀପାବଳି ପାଳିବା ସହ ମିଠା ବାଣ୍ଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅଯୋଧ୍ୟା ହେଉଛି ଯେଉଁଠି ଭଗବାନ ରାମ ରୁହନ୍ତି। କିନ୍ତୁ ତାଙ୍କ ପାଇଁ ଅଯୋଧ୍ୟା ସେଇଠି ଯେଉଁଠି ଯବାନ ରୁହନ୍ତି।
ଦେଶବାସୀଙ୍କୁ ଉଦବୋଧନ ଜଣାଇ କହିଛନ୍ତି,‘ଭାରତର ପ୍ରଥମ ଗାଁରୁ ଦୀପାବଳି ପାଳନ କରିବା ସମୟରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ,ଶୁଭ ଦୀପାବଳି।‘ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ସମସ୍ତେ ପର୍ବ-ପର୍ବାଣିରେ ପରିବାର ଲୋକଙ୍କୁ ମନେ ପକାନ୍ତି।ହେଲେ ଘରଠୁ ବହୁ ଦୂରରେ ଥିବା ଯବାନମାନଙ୍କ ମନରେ କୌଣସି ଦୁଃଖ ନାହିଁ,ସେମାନଙ୍କ ଚେହେରାରେ ଅଭାବର କୌଣସି ଚିହ୍ନ ଦେଖିବାକୁ ମିଳୁନାହିଁ।ଏହାହିଁ ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା,ନିଜ କର୍ତ୍ତବ୍ୟ ପ୍ରତି ଭକ୍ତି ଓ ଭଲପାଇବା।