ନୂଆଦିଲ୍ଲୀ(ଆମ ଟିଭି): ଚାଲିଛି ବିଶ୍ୱକପ୍ ମହାସମର । ଲିଗ୍ ପର୍ୟ୍ୟାୟରେ ବି ଅପରାଜିତ ରହିଲା ଭାରତ । ଗତକାଲି ଟିମ୍ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ୧୬୦ ରନରେ ବିଜୟ ହାସଲ କରିଛି। ଚଳିତ ବିଶ୍ବକପ୍ରେ ଖେଳିଥିବା ସମସ୍ତ ଲିଗ୍ ମ୍ୟାଚରେ ବିଜୟୀ ହେବା ସହିତ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ନେଦରଲାଣ୍ଡକୁ ୪୭.୫ ଓଭରରେ ଅଲ୍ଆଉଟ୍ କରିଛି।
୪୧୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନେଦରଲାଣ୍ଡ ଟିମ୍ ୨୫୦ ରନ୍ରେ ଅଟକି ଯାଇଛି । ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ନେଦରଲାଣ୍ଡର ବ୍ୟାଟରଙ୍କ ଆଗରେ ବିରାଟ ଲକ୍ଷ୍ୟ ଥିବାରୁ ସେମାନେ ଚାପଗ୍ରସ୍ତ ହୋଇ ବ୍ୟାଟିଂ କରିଥିଲେ। ଦଳ ପାଇଁ ତେଜା ନିଦାମନରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୪ ରନ୍ କରିଥିଲେ। ସେ ୩୯ଟି ବଲ୍ ଖେଳି ଗୋଟିଏ ଚୌକା ଓ ୬ଟି ଛକା ମାରିଥିଲେ। ଏଯାଏ ଭାରତ ୯ଟି ମ୍ୟାଚ୍ ଖେଳିଥିବା ବେଳେ ଅପରାଜୟ ରହିଛି ।