ହମାସ ସଂସଦକୁ କବଜା କଲା ଇସ୍ରାଏଲ ସେନା
ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଲଗାତର ୩୯ ଦିନରେ ଏହି ଯୁଦ୍ଧ ପହଞ୍ଚି ସାରିଥିଲେ ସୁଦ୍ଧା କେହି ଥମିବାର ନାଁ ଧରୁନାହାନ୍ତି। ଇସ୍ରାଏଲ୍ ସେନା ପ୍ରତିଶୋଧ ନେବାକୁ ଯାଇ ଗାଜା ଭିତରେ ପଶି ଧ୍ୱଂସଲୀଳା ରଚିଛି ଆଇଡିଏଫ୍। ଏହାରି ଭିତରେ ଇସ୍ରାଏଲ୍ ସେନା ଗାଜା ସଂସଦକୁ କବ୍ଜା କରିନେଇଥିବା ଚର୍ଚ୍ଚା ହେଉଛି। ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଫଟୋ ପଷ୍ଟ କରି ସେନାର ବଡ ଜିତ ବୋଲି କହିଛି।
ସେପଟେ ଉତ୍ତରଗାଜାରେ ଥିବା ସମସ୍ତ ହମାସ ଶିବିର ନଷ୍ଟ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି।ଏଥିସହ ହମାସକୁ ମୂଳପୋଛ କରିବା ଯାଏଁ ଯୁଦ୍ଧ ଚାଲିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ୩୮ଦିନର ଯୁଦ୍ଧରେ ସବୁଠୁ ଅଧିକ ସଂଗୀନ ରହିଛି ଗାଜାର ସ୍ଥିତି। ରିପୋର୍ଟ ଅନୁଯାୟୀ, ପାଲେଷ୍ଟାଇନ ବିଧାନ ପରିଷଦ ବିଲ୍ଡିଂ ୨୦୦୭ରୁ ହମାସ ଅଧୀନରେ ଥିଲା। ବର୍ତ୍ତମାନ ଏହା ଇସ୍ରାଏଲ ସେନାଙ୍କ ଅଧୀନକୁ ଆସିଛି।