ଟଚ ଜିତି ବ୍ୟାଟିଂ କରିବ ଭାରତ

0

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟର ଅପେକ୍ଷା ଆରମ୍ଭ ହୋଇଯିବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ମହାମୁକାବିଲା । ଟସ ଜିତି ଭାରତ ବୋଲିଂ କରିବ । ବିଶ୍ୱକପ ୨୦୨୩ ସେମିଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଦଳର ଏକାଦଶ ଖେଳିବାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ରହିଲା । ଏହି ମ୍ୟାଚ୍‌ ଜିତିଥିବା ଦଳ ୧୯ ନଭେମ୍ବରରେ ଅହମ୍ମଦାବାଦରେ ଅନ୍ତିମ ମ୍ୟାଚ୍‌ ଖେଳିବ ।

Leave A Reply

Your email address will not be published.