ନୂଆଦିଲ୍ଲୀ (ଆମ ଟିଭି): ଆଉ ନାହାନ୍ତି ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟ। ମୁମ୍ବାଇର ଏକ ହସପିଟାଲରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ୧୯୪୮ ମସିହାରେ ବିହାରର ଆରାରିଆରେ ଜନ୍ମ ହୋଇଥିଲେ ସୁବ୍ରତ ରାୟ ସାହାରା। ଦେଶସାରା ସେ ସାହାରାଶ୍ରୀ ନାଁରେ ବେଶ ପରିଚିତ ଥିଲେ। ଜଣେ ପ୍ରମୁଖ ବ୍ୟବସାୟୀ ଭାବେ ତାଙ୍କର ବେଶ ନାଁ ଥିଲା।
ସୁବ୍ରତ ରାୟ ମେକାନିକଲ ଇଞ୍ଜିନିୟର ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ସୁବ୍ରତ ପରବର୍ତୀ ସମୟରେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ସାହାରା ଇଣ୍ଡିଆ ପରିବାର । ପରବର୍ତୀ ସମୟରେ ସାହାରା ସାରା ଦେଶରେ ବେଶ ନାଁ କମାଇଥିଲା । ଆଜି ଲକ୍ଷେ୍ନøରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି ।