ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତିଙ୍କୁ ଆକ୍ରମଣ ପାଇ ଦାୟୀ କଲା ହମାସ
ଥମୁନି ଯୁଦ୍ଧ। ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ପୁଣି ଥରେ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଅଲ୍-ଶିଫା ହସ୍ପିଟାଲ ଭିତରେ ହମାସ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଥିବା ଦାବି କରି ଇସ୍ରାଏଲ ପୁଣି ଥରେ ଏହାକୁ ଟାର୍ଗେଟ୍ କରି ବୋମା ମାଡ଼ କରିଛି। ତେବେ ଏଥିରେ କେତେ ଜଣ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ।
ଇସ୍ରାଏଲ ଗତ କିଛି ଦିନ ହେବ ଗାଜାର ବିଭିନ୍ନ ଡାକ୍ତରଖାନାକୁ ଟାର୍ଗେଟ କରି ଆସୁଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏକ ବୟାନରେ କହିଛି ଯେ ସେମାନେ ପୁଣିଥରେ ଗାଜାର ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଯେ ହସ୍ପିଟାଲ ଭିତରେ ଥିବା ସମସ୍ତ ସାମରିକ କାର୍ଯ୍ୟକଳାପ ୧୨ ଘଣ୍ଟା ମଧ୍ୟରେ ବନ୍ଦ ହେବା ଜରୁରୀ। କିନ୍ତୁ ଦୁର୍ଭାଗ୍ୟବଶତ ଏହା ହୋଇ ନାହିଁ। ଶ୍ରମିକମାନଙ୍କୁ ଆତ୍ମସମର୍ପଣ କରିବାକୁ ମଧ୍ୟ କୁହାଯାଇଛି।