ରାହୁଲ ଗାନ୍ଧି ଦାୟିତ୍ଵ ହୀନ ନେତା, ପ୍ରହଲ୍ଲାଦ ଯୋଶୀ

0

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ଅଭିଯୋଗ ଉପରେ ର୍ନିବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରାହୁଲ ଗାନ୍ଧୀଙ୍କୁ ନୋଟିସରେ ପଚରାଯାଇଥିବା ପ୍ରଶ୍ନ ଉପରେ ଟାର୍ଗେଟ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଯୋଶୀ କହିଛନ୍ତି, ‘ରାହୁଲ ଗାନ୍ଧୀ ସବୁଠାରୁ ଦାୟିତ୍ୱହୀନ ଏବଂ ଅତି ନିମ୍ନ ସ୍ତରର ଭାଷା କୁହନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ପୁଣି ଥରେ ଦର୍ଶାଇଛନ୍ତି ଯେ ସେ ଯେକୌଣସି ସ୍ତରକୁ ଯାଇପାରିବେ … ମୁଁ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଦୃଢ ନିନ୍ଦା କରୁଛି। କଂଗ୍ରେସ ଅଧ୍ୟକ୍ଷ ଦଳ ପକ୍ଷରୁ କ୍ଷମା ପ୍ରାର୍ଥନା କରିବା ଉଚିତ।

Leave A Reply

Your email address will not be published.