ଆକ୍ସନ ମୁଡ଼ରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ

0

କଥା ରଖିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କାର୍ଯ୍ୟ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ହୋଇଥିବା ଲୁହାର ବ୍ୟାରିକେଡ୍‌କୁ ଭାଙ୍ଗି ଦେଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ରେବନ୍ଥ କହିଥିଲେ ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତା’ହେଲେ ହାଇଦ୍ରାବାଦ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ପ୍ରଗତି ଭବନ’ ସମ୍ମୁଖରେ ହୋଇଥିବା ଲୁହାର ବ୍ୟାରିକେଡ୍‌କୁ ଭାଙ୍ଗି ଦିଆଯିବ।

ରେବନ୍ଥ ରେଡ୍ଡୀ କହିଥିଲେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତା’ହେଲେ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ସଚିବାଳୟ ଖୋଲା ରହିବ। ସେମାନେ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନର ନାଁ ମଧ୍ୟ ବଦଳାଇ ଦିଆଯିବ ବୋଲି ସେ କହିଥିଲେ।

Leave A Reply

Your email address will not be published.