ରାଜନୀତିରେ ଏଣ୍ଟ୍ରି କରିବେ ରବର୍ଟ ଭଦ୍ରା

0

ନୂଆଦିଲ୍ଲୀ (ଆମ ନ୍ୟୁଜ୍): ରାଜନୀତିରେ ଏଣ୍ଟ୍ରି କରିବ ଗାନ୍ଧୀ ପରିବାର । ଗାନ୍ଧୀ ପରିବାର ସମସ୍ତେ ଏବେ ରାଜନୀତିରେ ସକ୍ରିୟ ରହିବେ । ପ୍ରିୟଙ୍କା ଗାନ୍ଧୀଙ୍କ ପରେ ଏବେ ସ୍ୱାମୀ ରବର୍ଟ ଭଦ୍ରା ବି ରାଜନୀତିରେ ଏଣ୍ଟ୍ରି କରିପାରନ୍ତି। ଆଜି ଇଡି ସୋନିଆ ଗାନ୍ଧୀଙ୍କୁ ଜେରା କରିବା ଉପରେ ପ୍ରତିକ୍ରିୟା ଦେଇ ଏପରି ସଂକେତ ଦେଇଛନ୍ତି ଶ୍ରୀ ଭଦ୍ରା। ବିଜେପି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଛି। ଯଦି ଆବଶ୍ୟକ ପଡ଼େ ତେବେ ସେ ରାଜନୀତିରେ ଆସିପାରନ୍ତି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି ଭଦ୍ରା। ଏନେଇ ସେ କହିଛନ୍ତି “ମୋତେ ଗୋଟିଏ ବିଜେପି ନେତାଙ୍କ ନାଁ କୁହନ୍ତୁ ଯାହାକୁ ଇଡି ଡାକି ପ୍ରଶ୍ନ କରିଛି। ପ୍ରତ୍ୟେକ ସମୟରେ ବିଜେପି ଅନୁଭବ କରୁଛି ଯେ ତାର ପଲିସି ପାଇଁ ଦେଶବାସୀ ଦୁଃଖୀ ଅଛନ୍ତି। ତେଣୁ ସେ ଗାନ୍ଧୀ ପରିବାରକୁ ହଇରାଣ କରୁଛି।”

ସେ ଆହୁରି କହିଛନ୍ତି “ ଦେଶରେ ଗୋଟେ ପରିବର୍ତ୍ତନର ଆବଶ୍ୟକତା ଅଛି। ଯଦି ଲୋକେ ଏହା ଅନୁଭବ କରିପାରିବେ ତେବେ ମୁଁ ଦେଶରେ ପରିବର୍ତ୍ତନ ଆଣିପାରିବି। ମୁଁ ରାଜନୀତିରେ ପ୍ରବେଶ କରିବି।” ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ରବର୍ଟ ଭଦ୍ରା।

Leave A Reply

Your email address will not be published.