ବିଶ୍ବର ସବୁଠୁ ବଡ଼ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

0

ନୂଆଦିଲ୍ଲୀ (ଆମ ଟିଭି): ବିଶ୍ଵ ଦେଖିଲା ଉତ୍ତର କୋରିଆର ଶକ୍ତି ।ସଲିଡ ଫୁଏଲ ଉପରେ ଆଧାର କରି ଉତ୍ତର କୋରିଆ ଏକ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହା ଉତ୍ତର କୋରିଆର ଏପର୍ଯ୍ୟନ୍ତ ବିକଶିତ ତଥା ଶକ୍ତିଶାଳୀ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ସଲିଡ ଫୁଏଲ କ’ଣ ଏବଂ ତରଳ ଇନ୍ଧନ ଅପେକ୍ଷା ଏହା କେତେ ଲାଭଦାୟକ ।

ଉତ୍ତର କୋରିଆ ପୂର୍ବ ସାଗରରେ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଏହାକୁ ଉତ୍ତର କୋରିଆର ଏପର୍ଯ୍ୟନ୍ତ ବିକଶିତ ତଥା ଶକ୍ତିଶାଳୀ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍) ବୋଲି କୁହାଯାଉଛି । ରିପୋର୍ଟ ଅନୁଯାୟୀ, ଏହା ୧୫,୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିପାରିବ । ହ୍ୱାସଙ୍ଗ -18 ନାମକ ଏହି ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ସଲିଡ ଫୁଏଲ ଉପରେ ଆଧାରିତ ।

Leave A Reply

Your email address will not be published.