ମନି ଲଣ୍ଡରିଂ ମାମଲାରେ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ଆଶ୍ୱସ୍ତି

0

ନୂଆଦିଲ୍ଲୀ(ଆମ ଟିଭି): ମନି ଲଣ୍ଡରିଂ ମାମଲାରେ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଇଡିକୁ ଏକ ନୋଟିସ ଜାରି କରିଛନ୍ତି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ଜ୍ୟାକଲିନ ବନ୍ଦ କରିବାକୁ ଦାବି କରିଛନ୍ତି।

ଗୁରୁବାର କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି। ଜ୍ୟାକଲିନ ଦାବି କରିଛନ୍ତି ଯେ , ସେ ନିଜେ ଏହି ଘଟଣାର ଶିକାର ହୋଇଛନ୍ତି। କିନ୍ତୁ ଅପରାଧୀ ନୁହଁନ୍ତି। ହାଇକୋର୍ଟରେ ଜ୍ୟାକଲିନଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୯ରେ ହେବା ନେଇ ଧାର୍ୟ୍ୟ କରାଯାଇଛି। ଯାହାପରେ ଜ୍ୟାକଲିନଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି ।

Leave A Reply

Your email address will not be published.