ଦେବଗଡ଼(ଆମ ଟିଭି): ପିହୁ ଅପହରଣ ଘଟଣାରେ ୪ ଗିରଫ । ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଗିରଫ । ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତକୁ ଗିରଫ କଲା ଦେବଗଡ଼ ପୋଲିସ । ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ବୋଲି ଜଣାପଡିଛି ।
ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ମେଣ୍ଢିପାଲି ସାଧୁବାହାଳ ଗାଁର ଦୀପକ ନାଏକ, ଦେବଗଡ଼ ବଲଣ୍ଡା ଗ୍ରାମର ରୋହିତ ପାତ୍ର ଓ ଜରେଇକେଳାର ମହେଶ୍ୱର ଶଗଡିଆ । ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।