ଗାଜାର ଶରଣାର୍ଥୀ ଶିବିରରେ ବିସ୍ଫୋରଣ: ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ: ଜାରି ରହିଛି ଇସ୍ରାଏଲ୍ ହମାସ ମଧ୍ୟରେ ଯୁଦ୍ଧ। ଇସ୍ରାଏଲ୍ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ସହ ବୋମା ମାଡ ଜାରି ରଖିଛି। ରବିବାର ବିଳମ୍ବିତ ରାତିରେ ମଧ୍ୟ ଗାଜାର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ବିସ୍ଫୋରଣ ଘଟି ପ୍ରାୟ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିବା ଜଣାପଡିଛି। ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଆକ୍ରମଣ ବିଷୟରେ ଇସ୍ରାଏଲ୍ ସୈନ୍ୟଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଇସ୍ରାଏଲ୍ ପକ୍ଷରୁ ଆକାଶ ମାର୍ଗରୁ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ହୋଇଥିଲା। ଏଠାରେ ପ୍ରାୟ ୩୩ ହଜାରରୁ ଅଧିକ ଶରଣାର୍ଥୀ ଥିଲେ ବୋଲି ହମାସ୍ କହିଛି।

Leave A Reply

Your email address will not be published.