ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମା’ ସମଲେଶ୍ୱରୀଙ୍କୁ କରାଗଲା ନିମନ୍ତ୍ରଣ

0

ସମ୍ବଲପୁର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଏହାରି ଭିତରେ ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଓ ରେଢାଖୋଲର ଶ୍ରୀ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ଦିଆଯାଇଛି । ପୁରୀରୁ ଆସିଥିବା ସେବାୟତ ପ୍ରତିନିଧି ଦଳ ସମ୍ବଲପୁରରେ ପହଂଚି ମା’ ସମଲେଶ୍ୱରୀଙ୍କ ଦର୍ଶନ ପରେ ନିମନ୍ତ୍ରଣ ଦେଇଛନ୍ତି । ସମଲେଇ ମନ୍ଦିରର ଟ୍ରଷ୍ଟବୋର୍ଡ଼ ସଭାପତି ଉପସ୍ଥିତ ରହି ପ୍ରତିନିଧି ଦଳକୁ ଭବ୍ୟ ସ୍ୱାଗତ କରିଥିଲେ ।

ସେହିପରି ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣପତ୍ର ଦିଆଯାଇଛି । ସେବାୟତ ପ୍ରତିନିଧିଙ୍କୁ ପାରମ୍ପରିକ ନୃତ୍ୟ, ସଂକୀର୍ତନ, ଓଡିଶୀ ନୃତ୍ୟ,ବାଜା ଓ ବାଣରେ ସ୍ୱାଗତ କରାଯାଇଥିଲା । ସେହିପରି ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରରିକ୍ରମା ନିମନ୍ତ୍ରଣ ଦିଆଯାଇଛି । ସେହିପରି ଗଂଜାମ ଖଲ୍ଲିକୋଟ୍ ବ୍ଲକ ଚିକିଲି ଚକା ଠାକୁର ମନ୍ଦିରରେ ନିମନ୍ତ୍ରଣପତ୍ର ଦେଇଛନ୍ତି ସେବାୟତ ପ୍ରତିନିଧି ।

 

Leave A Reply

Your email address will not be published.