ଦେଶରେ ବଢୁଛି କରୋନା: ୨୪ ଘଣ୍ଟାରେ ୭୬୧ ସଂକ୍ରମିତ ଚିହ୍ନଟ

0

ନୂଆଦିଲ୍ଲୀ: ଥଣ୍ଡା ସହ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ଭୟ ସଂଚାରିତ କରୁଛି। ଅତି କମ୍ ଦିନର ସମୟ ମଧ୍ୟରେ ଜେଏନ୍-୧ ମାମଲା ୫୦୦ରୁ ଅଧିକକୁ ବୃଦ୍ଧି ପାଇଛି। କର୍ଣ୍ଣାଟକରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୭୬୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆକ୍ଟିଭ୍ କେସ୍ ବର୍ତ୍ତମାନ୍ ୪ ହଜାର ୩୩୪ରେ ପହଞ୍ଚିଲାଣି ।

ଯଦି ଆମେ ଦେଖିବା ଜାନୁଆରୀ ୩ ତାରିଖ ସୁଦ୍ଧା ଏହି ଭୂତାଣୁ ଦେଶର ୧୧ ରାଜ୍ୟକୁ ବ୍ୟାପିଥିବାବେଳେ ମୋଟ୍ ୫୪୧ ମାମଲା ସାମ୍ନାକୁ ଆସିଲାଣି। କେରଳରୁ ୧୪୮ , ଗୋଆରୁ ୪୭ , ଗୁଜୁରାଟରୁ ୩୬ , ମହାରାଷ୍ଟ୍ରରୁ ୩୨ , ଦିଲ୍ଲୀରୁ ୧୫ , କର୍ଣ୍ଣାଟକରୁ ୧୯୯ , ରାଜସ୍ଥାନରୁ ୪ , ତେଲେଙ୍ଗାନାରୁ ୨ ଏବଂ ଓଡିଶାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

Leave A Reply

Your email address will not be published.