ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆଜିଠୁ ବିଏସକେୱାଇ-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ହିତାଧିକାରୀ । ମୋ ସେବା କେନ୍ଦ୍ରରେ ବିନା ଦେୟରେ ପଞ୍ଜିକରଣ କରିପାରିବେ ହିତାଧିକାରୀ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସକେୱାଇନବୀନ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଜରିଆରେ ଜଣେ ବ୍ୟକ୍ତି ଆବେଦନ କରିପାରିବେ ।
ଅଫଲାଇନ୍ ବ୍ୟବସ୍ଥାରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ଏଥିପାଇଁ ଜିଲ୍ଲା ସ୍ତରରେ ସଚେତନତା କାର୍ୟ୍ୟକ୍ରମ କରାଯାଇଛି । କେଉଁମାନେ ଏଥିରେ ସାମିଲ ହୋଇ ପାରିବେ, କି ପ୍ରକାର ସୁବିଧା ପାଇବେ, ଏବଂ କେମିତି ପଞ୍ଜିକରଣ କରିବେ, ସେ ସଂପର୍କରେ ସଚେତନ କରାଯାଇଛି । ଯେଉଁ ମାନଙ୍କ ପାଖରେ ବିଏସକେୱାଇ କାର୍ଡ ଓ ରାସନ୍ କାର୍ଡ ଅଛି, ସେମାନଙ୍କୁ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ ।